ଅବିଭକ୍ତ କୋରାପୁଟ ଜିଲ୍ଲାରୁ ରାଜ୍ୟର ଶିକ୍ଷାମନ୍ତ୍ରୀ, କିନ୍ତୁ ଏଠାର ଅନେକ ବିଦ୍ୟାଳୟରେ ଆଜି ବି ଶିକ୍ଷକଙ୍କ ଅଭାବ!
ଏହା କି ଆମ ଅଞ୍ଚଳର ଦୁର୍ଭାଗ୍ୟ ନୁହେଁ?
ଯେଉଁ ମାଟିରୁ ଶିକ୍ଷାମନ୍ତ୍ରୀ ଆସିଛନ୍ତି, ସେହି ଅଞ୍ଚଳର ଅନେକ ସ୍କୁଲରେ ଶିକ୍ଷକ ପଦ ଖାଲି ପଡ଼ିଛି। ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି, କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ କେବେ?
ଶିକ୍ଷା ହେଉଛି ଉନ୍ନତିର ମୂଳଦୁଆର। ତେଣୁ ଅବିଳମ୍ବେ ଶିକ୍ଷକ ଶୂନ୍ୟ ପଦବୀ ପୂରଣ କରି ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ।
ଅବିଭକ୍ତ କୋରାପୁଟର ପିଲାମାନେ ମଧ୍ୟ ଗୁଣାତ୍ମକ ଶିକ୍ଷାର ଅଧିକାରୀ।
#Koraput #Education #TeacherShortage #Odisha #SaveEducation