*ପୋଖରୀରେ ପଶିଗଲା ବରଯାତ୍ରୀ କାର, ୫ ଯୁବକଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ବାଙ୍ଗୁରସିଂହରୁ ଇନ୍ଦିପୁର ଯାଉଥିବା ବେଳେ ଘଟିଲାବିବାହ ଖୁସି ଉପରେ କାଳର ଛାୟା: ବରଯାତ୍ରୀ କାର ପୋଖରୀ ରେ ପଡ଼ି ୫ ଜଣଙ୍କ ମୃତ୍ୟୁ#public#newsodiaodisha
ବାଙ୍ଗୁରସିଂହରୁ ଇନ୍ଦିପୁର ଯାଉଥିବା ବେଳେ ଘଟିଲା ହୃଦୟବିଦାରକ ଦୁର୍ଘଟଣା, ଉଭୟ ଗ୍ରାମରେ ଶୋକର ଛାୟା
ବିବାହର ହସଖୁସି ମୁହୂର୍ତ୍ତ ନିମିଷକ ମଧ୍ୟରେ ଶୋକରେ ପରିଣତ ହୋଇଛି। ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବାଙ୍ଗୁରସିଂହ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଅଭିଷେକ ସାହୁଙ୍କ ବିବାହ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରୋହିତ କୁମାର ପୃଷ୍ଟିଙ୍କ କନ୍ୟାଙ୍କ ସହ ହେବାକୁ ଥିଲା। ଏହି ଅବସରରେ ବରଯାତ୍ରୀମାନେ ବିଭିନ୍ନ ଗାଡ଼ିରେ ଇନ୍ଦିପୁର ଅଭିମୁଖେ ଯାଉଥିଲେ।
ଏହି ସମୟରେ ଏକ ମହିନ୍ଦ୍ରା ଏକ୍ସୟୁଭି କାର ଚାଇଁପୁରରୁ ଆଉ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ଯାଉଥିବା ବେଳେ ଅନ୍ଧାର ରାତିରେ ଭାରସାମ୍ୟ ହରାଇ ଏକ ବନ୍ଧ ଭିତରକୁ ଖସି ପଡ଼ିଥିଲା। �