ଜୁନାଗଡ: କୁହୁରା ଓ ଚହକା ରେ ଅସହାୟ ଙ୍କୁ କମ୍ବଳ ବାଣ୍ଟିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ
ଅଞ୍ଚଳରେ ପ୍ରବଳ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଅସହାୟ, ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ, ଗରିବ ଲୋକ ମାନେ ଶୀତ ବସ୍ତ୍ର ନ ଥିବାରୁ ବହୁ କଷ୍ଟ ଅନୁଭବ କରୁଛନ୍ତି। ସେମାନଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ଆଜି ଗୋଲାମୁଣ୍ଡା ବ୍ଲକ ର କୁହୁରା ଏବଂ ଚହକା ଅଞ୍ଚଳ ର ୭୦୦ ରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ବ୍ଲକ ଅଧ୍ୟକ୍ଷ।