ସ୍ଵର୍ଗତ ସୌମିତ୍ର କୁମାର ନାୟକଙ୍କ ସ୍ମୃତିରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପରିସରରେ ସ୍ଵର୍ଗତ ସୌମିତ୍ର କୁମାର ନାୟକଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ପବିତ୍ର ସ୍ମୃତିଚାରଣ କରାଯାଇଥିଲା।
ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦେବାଶିଷ ପୁରୋହିତଙ୍କ ସମେତ ସଂଘର ଅନେକ ବରିଷ୍ଠ କର୍ମକର୍ତ୍ତା, ସାମ୍ବାଦିକ ଓ ସଦସ୍ୟବୃନ୍ଦ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବାକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ—ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି। 🙏
#Bouddha #JournalistAssociation #Shraddhanjali #Tribute #RestInPeace #Boudhnews