ରାୟଗଡା: କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗ୍ରୁହରେ କୋଲନରା ବ୍ଳକ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଟିତ,
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗ୍ରୁହ ଠାରେ ଅନୁଷ୍ଠିତ ହୋଇଯାଇଛି। କୋଲନରା ବ୍ଳକ ସମ୍ପାଦିକା ଶ୍ରୀମତୀ ସୁବାସିନୀ ପିଡିପାଙ୍କ ନେତୃତ୍ବରେ ଆଶା କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ହୀଆଲ ଏବଂ କୋଷାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ଲେଙ୍କା ଉପସ୍ଥିତ ଥିଲେ