ରଙ୍ଗୀନ ଦଶହରା ପାଇଁ ଆଜ୍ଞାମାଳ
ଜୟପୁରରେ ରଙ୍ଗୀନ ଦଶହରା ପାଇଁ ଚଳଚଞ୍ଚଳତା ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି। ମୂଳାଷ୍ଟମୀ ଅବସରରେ ସହସ୍ର କୁମ୍ଭାଭିଷେକ ପରେ ପୂଜକ ଧୀରେନ୍ଦ୍ର କୁମାର ରଥ ଆଳତୀ କରି ଜୟପୁର ଦଶହରା ପୂଜା କମିଟି ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି ଓ ମିନାକ୍ଷୀ ବାହିନୀପତିଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ଦଶହରାରେ ଯୋଗଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୨ଟି ଦେବୀପୀଠକୁ ନିମନ୍ତ୍ରଣ କରାଯିବ। ଏହି ଅବସରରେ ଦେବୋତ୍ତର ବିଭାଗର ଅଧିକାରୀ, କମିଟି ସଦସ୍ୟ, ପୂଜକ ଓ ଭକ୍ତମାନେ ଉପସ୍ଥିତ ଥିଲେ।