କଟକ ପୌରାଞ୍ଚଳ: କଟକରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ: ଖଦି ବ୍ୟବହାର ପାଇଁ ଆହ୍ଵାନ
ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠଠାରେ ପାଳିତ ହୋଇଛି କଟକ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ। ସାଂସଦ ଡଃ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଗାନ୍ଧିଦର୍ଶନ ଓ ଖଦି ବସ୍ତ୍ରର ବ୍ୟବହାର ଉପରେ ଗୁରୁତ୍ଵ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।