ଝାରସୁଗୁଡା: ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ନାଟ୍ୟ କର୍ମଶାଳା ଅନୁଷ୍ଠିତ ଝାରସୁଗୁଡାରୁ ଯୋଗଦେଲେ ଆୟୁସି ପଟନାୟକ
ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ନାଟ୍ୟ କର୍ମଶାଳା ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା।ଏହି କର୍ମଶାଳାରେ ଝାରସୁଗୁଡାର ମିରର ଥିଏଟରର ଅଭିନେତ୍ରୀ ଏହି କର୍ମଶାଳାରେ ଯୋଗଦେଇ ଝାରସୁଗୁଡା ଜିଲ୍ଲାକୁ ପ୍ରତିନିଧିତ୍ଵ କରିଛନ୍ତି। ଏହି କର୍ମଶାଳାକୁ ଓଡିଶା ସଂଗୀତ ନାଟକ ଏକାଡେମୀ ଆୟୋଜନ କରିଥିବା ବେଳେ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟାପକମାନେ ଯୋଗଦେଇଥିଲେ।