ଡାବୁଗାଁରେ ଆଜି ସ୍ବଛତା ର ପର୍ବ ବଅଁଳାନୀ ଯାତ୍ରା ପାଳିତ ହୋଇ ଯାଇଛି। ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପାଳନ କରାଯାଏ। ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଅଁଳାନୀ ବୋଲି କୁହାଯାଏ। ଗାଁ ର ମାଁ ଦୁଲାର୍ଦେଈ ମନ୍ଦିର ରୁ ଗାଁ ପରିକ୍ରମା କରି ମାଁ ଙ୍କ ଶିରା, ଭୈରବ ଶିରା ଏବଂ ଗାଁ ବାସୀ ଗାଁ ର ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ଯାତ୍ରା ର ସମାପ୍ତି କରିଥିଲେ।