ରାଉରକେଲା ମ୍ୟୁନିସିପାଲଟି: ଜନଗହଳି ପୂର୍ଣ୍ଣ ରାଉରକେଲା ଷ୍ଟେସନ୍ ଅଞ୍ଚଳରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା, ପୋଲିସ୍ ତଦନ୍ତ ଜାରି
ଜନଗହଳି ପୂର୍ଣ୍ଣ ରାଉରକେଲା ରେଲୱେ ଷ୍ଟେସନ୍ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ତେବେ ହତ୍ୟାକାଣ୍ଡରେ ଲିପ୍ତ ତିନି ଜଣ ଯୁବକଙ୍କୁ ଚିହ୍ନଟ କରା ଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।ଶନିବାର ପୂର୍ବାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।