କୁଚିଣ୍ଡା NAC କର୍ମଚାରୀଙ୍କୁ ତାଙ୍କ ଅବସର କାଳିନ ପ୍ରାପ୍ୟ ମିଳି ନଥିବାରୁ ସେମାନେ ଏନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରସାଶନ, ସ୍ଥାନୀୟ ପ୍ରସାଶନ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାଁନ୍ତି। ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ବୁଧବାର ଠାରୁ କୁଚିଣ୍ଡା NAC ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରିଲେ ଅନସନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।