ପୋଡିଆ: ପଡିଆ ବ୍ଲକ ତେଲାମଗୁଡା ଗ୍ରାମ ନିକଟରେ ଫସିଲା ମୁଖ୍ୟମନ୍ତ୍ରୀ ବସ୍, ପଡିଆ - ଶିଖାପାଲୀ ମୁଖ୍ୟ ରାସ୍ତା ବେହାଲ
ରବିବାର ଅପରାହ୍ଣ ସମୟରେ ନିଲିଗୁଡା ଗ୍ରାମରୁ ଏହି ରାସ୍ତା ଦେଇ ପଡିଆ ଅଭିମୁଖେ ଫେରୁଥିବା ମୁଖ୍ୟମନ୍ତ୍ରୀ ବସ ତେଲାମଗୁଡା ଗ୍ରାମ ନିକଟରେ ରହିଥିବା କାଦୁଅ ଭରା ସ୍ଥାନରେ ଫସି ଯାଇଥିବାରୁ ଦୀର୍ଘ ସମୟ ଧରି ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ବସଟି ଏକ ମୋଟର ସାଇକଲ ଚାଳକ କୁ ସାଇଡ ଦେବାକୁ ଯାଇ ଏହି କାଦୁଅରେ ଫସି ଯିବାରୁ ପ୍ରାୟ ୪ ଘଣ୍ଟା ଧରି ଅଟକି ରହିଥିଲା।