ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ନୟାପଲ୍ଲୀ ଠାରେ ନିଜ ପ୍ରତିକ୍ରିୟାରେ ଅପିଲ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ | ଦୀର୍ଘ ବର୍ଷ ଧରି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକରେ ଭାଇଚାରା ଭିତ୍ତିରେ ଦଶହରା ପର୍ବ ପାଳନ କରିଥାନ୍ତି।ତେବେ ଭାଇଚାରାର ସହର କଟକ ଦରଘା ବଜାରରେ ଦଶହରା ଭସାଣି ସମୟରେ ଯେଭଳି ଘଟଣା ଘଟିଲା ଏହାକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ କରିଛନ୍ତି। ଏଥି ସହ ଦଶହରା ଭସାଣି ସମୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ପିସିସି ସଭାପତି ଶ୍ରୀ ଦାସ ନିନ୍ଦା କରିବା ସହ ଏହି ଘଟଣାରେ ଜଡିତ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।