ଦେବଗଡ: ବାଲ୍ୟ ବିବାହ ମୁକ୍ତ ଦେବଗଡ ଜିଲ୍ଲା ଗଠନ ପାଇଁ ଶହେ ଦିନିଆ ଅଭିଯାନ ଶୁଭାରମ୍ଭ, ଗୁରୁସଙ୍ଗ ଗ୍ରାମରୁ ଅଭିଯାନର ଶୁଭାରମ୍ଭ
ବାଲ୍ୟ ବିବାହ ମୁକ୍ତ ଭାରତ ନିର୍ମାଣ ପାଇଁ ଅନୁନ୍ନତ ଦେବଗଡ ଜିଲ୍ଲାରେ ଆଜି ଠାରୁ ଶହେ ଦିନିଆ ଅଭିଯାନ ଶୁଭାରମ୍ଭ ହୋଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜିତା’ ପକ୍ଷରୁ ‘ଜଷ୍ଟ ରାଇଟ୍ସ ଫର ଚିଲ୍ଡରେନ ଓ ଆଲାଏନ୍ସ’ ସହାୟତାରେ ଏହି ଅଭିଯାନ ଶୁଭାରମ୍ଭ ହୋଇଛି । ଗୁରୁସଙ୍ଗ ଗ୍ରାମରୁ ଆଜି ଦିନ ୧୨ ଟାରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଅଭିଯାନ ମାଧ୍ୟମରେ ଶିଶୁ ଅଧିକାର ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।