ଏସଏମସି ଗଠନକୁ ନେଇ ମୁଖ୍ୟଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ lଏସଏମସି (ସ୍କୁଲ ମ୍ୟାନେଜମେଣ୍ଟ କମିଟି) ଗଠନକୁ ନେଇ ଉତ୍ତେଜନା। ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ ମହେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଲ ବାରବାଟିଆରେ। ଏସଏମସି ଗଠନକୁ ନେଇ ଅସନ୍ତୋଷ ପ୍ରକାଶ କରି ଅଭିଭାବକମାନେ ମୁଖ୍ୟଶିକ୍ଷକଙ୍କୁ ପ୍ରାୟ ୬ ଘଣ୍ଟା ଧରି ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ, ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀ କିମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି।
#odia
#NewsUpdate
#instagram
#swadhinlive
Kamarda, Balasore | Jul 17, 2026