ଶନିବାର ନଭେମ୍ବର ୧ ତାରିଖ। ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ସ୍ବତନ୍ତ୍ର ରାଜସ୍ବ ଜିଲ୍ଲାର ମାନ୍ୟତା ପାଇଥିଲା। ତେଣୁ ସମଗ୍ର କଳାହାଣ୍ଡିରେ ଉତ୍ସାହର ସହ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ଏ ଅବସରରେ ଜୟପାଟଣା ବ୍ଲକ୍ ପ୍ରଶାସନ ପକ୍ଷରୁ ସମିତି ସଭା ଗୃହ ଠାରେ ମହାସମାରୋହରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି।