ଗୋବିନ୍ଦପୁର: ଲାଞ୍ଚ ନେଇ ଗିରଫ ହୋଇଥିବା ବାମରା ତହସିଲଦାର ଙ୍କୁ ନିଲମ୍ବିତ କଲା ରାଜସ୍ବ ବିଭାଗ
୨୦୧୯ ବେଚ ର ଓଏଏସ ଟପ୍ପର ଥିବା ଅଶ୍ୱିନୀ କୁମାର ପଣ୍ଡା ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ରେ ତହସିଲଦାର ଭାବରେ କାର୍ଯ୍ୟରତ ଥିବା ବେଳେ ଗତ ୧୧ ତାରିଖ ଦିନ, ଏକ ଜମି କିସମ ପରିବର୍ତ୍ତନ ପାଇଁ ସେ ଜଣକ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ରଙ୍ଗେ ହାତ ଗିରଫ କରି କୋର୍ଟ ଚାଲାଣ କରିଥିଲେ।OCS ନିୟମ ଅନୁସାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ସେ ଜେଲ ରେ ରହିବା ଯୋଗୁଁ ତାଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି ମଙ୍ଗଳବାର ସନ୍ଧ୍ୟାରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।