ତଲସରା: ବାଉଁସେନ ପୀଠରେ ଜଂଘା ବଡଦେଓ ଙ୍କର ବାର୍ଷିକ ପୂଜା ଯୋଗ ଦେଲେ ହଜାର ହଜାର ଶ୍ରଦ୍ଧାଳୁ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ତୁଡାଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଉଁସେନ ଠାରେ ରହିଥିବା ଜଂଘା ବଡଦେଓ ପୀଠରେ ଆଜି ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଜି ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ।