ସୋନପୁର: ଡୁଙ୍ଗୁରିପାଲି ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ଆଜି ଟାଟା ପାୱାର ପଶ୍ଚିମ ଓଡିଶା ବିତରଣ କମ୍ପାନୀ ଏକ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ଆଜି ରେଆର ସୋନପୁର ତରଫରୁ ଟାଟା ପାୱାର ପଶ୍ଚିମ ଓଡିଶା ବିତରଣ କମ୍ପାନୀ ସହାୟତା ରେ ଭିନ୍ନକ୍ଷମ ମାନଙ୍କ ଆନ୍ତରନିବେଶି ବିକାଶ ଓ ଥଇଥାନ କାର୍ଯ୍ୟକ୍ରମ ର ସମନ୍ୱୟ ବୈଠକ ଅନୁଷ୍ଠିତହୋଇଯାଇଛି, ବ୍ଲକ ର ତେର ଗୋଟି ପଂଚାୟତ ରେ ଚାଲିଥିବା କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ଙ୍କୁ ସରକାରୀ ଯୋଜନାରେ କିପରି ସାମିଲ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା ଅନ୍ୟତମ ଅତିଥିଭାବେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ଉପସ୍ଥିତ ଥିଲେ।