ବଲାଙ୍ଗୀର: ତୁରେକେଲା ଦାବ୍ରୀ ଗାଁରେ ଭାଲୁ ଆତଙ୍କ, ସତର୍କ ରହିବାକୁ ବନ ବିଭାଗର ପରାମର୍ଶ
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଦାବ୍ରୀ ଗାଁରେ ଭାଲୁ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ଗାଁରେ ମାଇକ୍ ଯୋଗେ ସଚେତନତା ସୃଷ୍ଟି କରାଯାଇ ଲୋକଙ୍କୁ ରାତିରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।