ଉଦଳା: ଉଦଳାରେ ୨ଟି ନୂଆ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଭାସ୍କର ମଢେଇ
ଉଦଳାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଦୁଇଟି ନୂଆ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଭାସ୍କର ମଢେଇ। ଏହାଦ୍ଵାରା ଆର ଡି ରାସ୍ତା-ସୁନପୋଖରୀ କାଠଛକ ଏବଂ ବୃନ୍ଦାଗଡି-ଶ୍ରୀଦାମଚନ୍ଦ୍ରପୁର ସଂଯୋଗ ହେବ।