ପଟ୍ଟାଙ୍ଗୀ: ପବିତ୍ର କାର୍ତ୍ତିକ ମାସରେ ନନ୍ଦପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ
ଚାଲିଛି ପୁଣ୍ୟର ମାସ ପବିତ୍ର କାର୍ତ୍ତିକ ।ମାସ ତମାମ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ କାର୍ତ୍ତିକକୁ ସାତ୍ତ୍ୱିକ ଭାବେ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ତଥା ପଞ୍ଚୁକର ଉପସ୍ଥିତି ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦ୍ୱଇଗୁଣିତ କରିଥାଏ ।ଏହି ଅବସରରେ ନନ୍ଦପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶତାଧିକ ଭକ୍ତ। ସଂଧ୍ଯା ୭ଟା ସମୟରେ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ଆଳତି ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ ଶ୍ରଦ୍ଧାଳୁମାନେ।