କଟକ ପୌରାଞ୍ଚଳ: ରାଣୀହାଟରେ ବଳଦେବଜୀଉ ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ବାହୁଡ଼ା ଯାତ୍ରାରେ ଛେରା ପହଁରା କଲେ କଟକ ଜିଲ୍ଲାପାଳ
କଟକ ରାଣୀହାଟରେ ବଳଦେବଜୀଉ ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ବାହୁଡ଼ା ଯାତ୍ରାରେ ଛେରା ପହଁରା କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ଶନିବାର ସନ୍ଧ୍ୟା ୬ ଟା ସମୟରେ ଏହି ଛେରା ପହଁରା କରିଥିଲେ କଟକ ଜିଲ୍ଲାପାଳ। ତେବେ ଜିଲ୍ଲାପାଳ ଛେରା ପହଁରା କରିବା ପରେ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କ ଦର୍ଶନ କରିଥିଲେ। ଏହା ପରେ ଆଗକୁ ଗଡିଥିଲା ତିନି ଠାକୁରଙ୍କ ରଥ। ତେବେ ଚଳିତ ବର୍ଷ କଟକରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମାପନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କଟକ ଜିଲ୍ଲାପାଳ।