ଆଜି ବଡ଼ ଏକାଦଶୀ ଏବଂ ଚତୁର୍ଦ୍ଧାମୂରତିଙ୍କ ସୁନାବେଶ l ଭକ୍ତ ଓ ଭାଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଛି ।ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଗତକାଲି ବାହୁଡା ଯାତ୍ରାରେ ମହାପ୍ରଭୁ ଫେରିବା ପରେ ରଥ ଉପରେ ହିଁ ରହିଥିଲେ। ରବିବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ବଡ ଏକାଦଶୀ ନୀତି ଓ ସୁନାବେଶ ଅନୁଷ୍ଠିତ ହୋଇଯାଇଛି।