ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି, ନିଯୁକ୍ତି ଆଶାରେ ଥିବା ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଏବେ ହତାଶ ଅନୁଭବ କରୁଛନ୍ତି । ସେମାନଙ୍କ ଭିତରୁ ଅନେକ ଆମ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏହି ନ୍ୟାୟ ଆନେ୍ଦାଳନ ପାଇଁ ଡାକରା ଦେଇଛି । ବିଜେପି ତରଫରୁ ସରକାରକୁ ଆସିଲେ ଦୁଇ ବର୍ଷରେ ଦେଢ଼ ଲକ୍ଷ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ଚାକିରି ଦେବା ପରିବର୍ତ୍ତେ ଏବେ ଚାକିରି ବିକ୍ରି କରାଯାଉଛି ।