କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅନ୍ତର୍ଗତ ଦିଗିପଡ଼ି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ସୂଚନା ଅନୁସାରେ ରବିବାର ରାତିରେ କିଛି ଦୁର୍ବୃତ୍ତ ବିଦ୍ୟାଳୟ ଭିତରେ ପଶି ରୋଷେଇ ଘର କବାଟ ଭାଙ୍ଗି ଗ୍ୟାସ ହାଣ୍ଡି, ସମସ୍ତ ରୋଷେଇ ଆସବାବପତ୍ର ସହ ଡାଲି, ଚାଉଳ ଓ ଅଣ୍ଡା ମଧ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ ଓ ସହକାରୀ ଶିକ୍ଷକ ସୁଶାନ୍ତ ପ୍ରଧାନ ସୋମବାର ସକାଳ ୧୦ ଟା ରେ ସ୍କୁଲ ପହଞ୍ଚିଲା ପରେ ରୋଷେଇ ଘର କବାଟ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ | ରୋଷେଇ ଘର ଯାଇ ଦେଖିବା ପରେ ସମସ୍ତ ଜିନିଷ ଚୋରି ହୋଇଥିବା