ଦୁଇ ମାସ ହେଲା ମାଆ ଓ ପୁଅ ନିଖୋଜ ପୋଲିସ ନିଷ୍କ୍ରିୟ ❗
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭଙ୍ଗାମାଳ ଗାଁର ମନ୍ଦରଧର ବେହେରା ଘରୋଇ ଠିକା ସଂସ୍ଥାରେ କାମ କରନ୍ତି। ପ୍ରାୟ ସମୟ ବାହାରେ ରହିବାକୁ ବାଧ୍ୟ। ମାସକୁ ଥରେ ଦୁଇ ଥର ଆସି ପତ୍ନୀ ଓ ପୁଅ କଥା ବୁଝି କାମକୁ ଯାଆନ୍ତି। ତିନି ଭାଇ ବାହାଘର ପରେ ସମସ୍ତେ ଅଲଗା ହୋଇଯାଇଛନ୍ତି। ମାଆ ବାପା ଆର ପାରିକୁ ଚାଲିଗଲେଣି। ଜୁନ ମାସ ୫ ତାରିଖ ଦିନ ଘରୁ ବଡ଼ ଭାଇ ଫୋନ କରିଲେ କି ପତ୍ନୀ ଓ ପୁଅ ବାପ ଘରକୁ ଗଲେଣି। ଏକଥା ଭାଇଙ୍କ ଠାରୁ ଶୁଣି ପତ୍ନୀଙ୍କୁ ଫୋନ ଲଗାଇବାରୁ ଫୋନ ସୁଇଚ୍ ଅଫ ଆସିଲା। ତୁରନ୍ତ କାମ ଛାଡି ଗାଁକୁ ଆସି ବହୁତ ଖୋଜାଖୋଜି କରିଲେ ତାଙ୍କ ବାପଘରକୁ ଫୋନ କରିଲେ କିଛି ସୂଚନା ନପାଇବାରୁ ସଦର ଥାନା ଭାପୁର ଫାଣ୍ଡିରେ ନିଖୋଜ ଅଭିଯୋଗ କରିଲେ। ମାମଲା ରୁଜ୍ଜୁ ହେବାର ଦୁଇ ମାସ ହୋଇଗଲାଣି କିନ୍ତୁ ପୋଲିସ ଚୁପ୍ ବିସିଛି। ପୁଅର ଚିନ୍ତା କରି ବାପା ଏବେ ଏସ୍ପିଙ୍କୁ ଦେଖା କରି ଜଣାଇଛନ୍ତି। ଏସପି ମଧ୍ୟ ୭ ଦିନ ସମୟ ମାଗିଛନ୍ତି। ଶେଷରେ ନିରାଶ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଲୋଡିଛନ୍ତି। ସହୃଦୟ ବ୍ୟକ୍ତି ଯଦି ଫୋଟୋରେ ଥିବା ମହିଳା ବା ଶିଶୁ ବିଷୟର