ବଲାଙ୍ଗୀର: ରେଲୱେ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ ଘଟଣା ଅଭିଯୁକ୍ତ କୋୖର୍ଟ ଚାଲାଣ
ବଲାଙ୍ଗୀର ରେଲୱେ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ ଘଟଣା ଗତ କାଲି ରେଲୱେ ପୋଲିସ। ଟ୍ରେନ୍ ଯୋଗେ ଦୁଇଟି ବଡ଼ ବ୍ୟାଗ ଭରି ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ୨ନଂ ପ୍ଲାଟଫର୍ମରୁ ପୋଲିସ କଫ ସିରଫ ଧରିଥିଲା। ଘଟଣା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଅଭିଯୁକ୍ତ ଜଣକ ହେଲେ ଧବଳେଶ୍ଵର ଜେନା ବଲାଙ୍ଗୀର ବରପାଲିପଡାର ନିବାସୀ ପୂର୍ବରୁ ମଧ୍ୟ କଫସିରଫ ଚାଲାଣ ମାମଲାରେ ଜେଲ ଯାଇ ଜାମିନ ରହିଛି। ଏଥିରେ ୨୪ଟି ପେଟିରେ ମୋଟ ୯ଶହ ବୋତଲ କଫସିରଫ ଜବତ ହୋଇଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା।