ଅନୁଗୋଳ: ଛେଣ୍ଡିପଦା ଥାନା ଅଞ୍ଚଳରେ ନାବାଳିକା ଭଉଣୀକୁ ଦୁଷ୍କର୍ମ କଲା ଭାଇ
Anugul, Angul | Nov 3, 2025 ଛେଣ୍ଡିପଦା ଥାନା ଅଂଚଳରେ ନାବାଳିକା ଭଉଣୀକୁ ଭାଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ନିଜର ବଡ଼ ବାପା ପୁଅ ଭାଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି I ଅଭିଯୋଗ ପରେ ପୁଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଏନେଇ ଘଟଣାର ଛାନ ଭିନ ଚଳାଇଛି I ଘରେ କେହି ନଥୁବା ବେଳେ ଘର ଭିତରକୁ ଡାକି ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଛେଣ୍ଡିପଦା ଥାନା କେସ ନଂ ୫୬୧/୨୫ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।