ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵକର୍ମା ଯୋଜନାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହି ପ୍ରଶିକ୍ଷଣ ଶିବିରକୁ ଜଗନ୍ନାଥପ୍ରସାଦ ବ୍ଳକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ଯୋଗ ଦେଇ ଉଦଘାଟନ କରିଥିବା ବେଳେ ବହୁ ବିଶ୍ଵକର୍ମା ପରିବାର ର ସଦସ୍ଯ ମାନେ ଯୋଗ ଦେଇଥିଲେ ।