ବାଙ୍ଗିରିପୋଷି: ବାଙ୍ଗିରିପୋଷି ଠାରେ ରାବଣ ପଡ଼ି ଅନୁଷ୍ଠିତ; ସ୍ଥାନୀୟ ବିଧାୟିକାଙ୍କ ଯୋଗଦାନ
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ରବିବାର ରାତି ପ୍ରାୟ ୯ଟାରେ ରାବଣ ପଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଯୋଗ ଦେଇଥିବା ନେଇ ଜଣାପଡିଛି। କୁନି କୁନି ପିଲା ମାନଙ୍କୁ ରାମ ସୀତା ଓ ଲକ୍ଷ୍ମଣ ବେଶରେ ସଜ୍ଜିତ କରାଯାଇ ରାବଣ ଦେହରେ ଅଗ୍ନି ସଂଯୋଗ କରାଯାଇଥିଲା।