ବୁଧବାର ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ ହୋଇଛି। ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଏହି ଲୁଟ ଘଟାଇ ଚମ୍ପଟ ମାରିଛନ୍ତି। ଲୁଟ ସମୟରେ ସମସ୍ତ ଦୃର୍ଶ୍ୟ ସହିତ ଲୁଟେରାଙ୍କ ସ୍ପଷ୍ଟ ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫଳରେ ବୁଧବାର ସନ୍ଧ୍ୟା ୬ଟାରେ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଫୁଟେଜକୁ ଯାଞ୍ଚ କରି ତଦନ୍ତ ଜାରି ରଖିଛି।