
୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟତବାଣୀ ...!!!
#bababhenga #bnsnews #bhabisyabani
ଏପରିକି ପୃଥିବୀର ୭ରୁ ୮ ପ୍ରତିଶତ ଅଞ୍ଚଳ ବିପର୍ଯ୍ୟୟରେ ପ୍ରଭାବିତ ହେବ ବୋଲି ଦାବି କରାଯାଉଛି। କିନ୍ତୁ ଏହି ନିର୍ଦ୍ଦିଷ୍ଟ ଦାବି ପାଇଁ ବାବା ଭେଙ୍ଗାଙ୍କ କୌଣସି ପ୍ରମାଣିତ ମୂଳ ଲେଖା, ରେକର୍ଡିଂ କିମ୍ବା ଅଧିକାରିକ ଦଲିଲ ମିଳିନାହିଁ। ଅର୍ଥାତ୍ ନେପାଳରେ ବିପର୍ଯ୍ୟୟ ଘଟିଛି ବୋଲି ଏହାକୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହାଯାଇପାରିବ ନାହିଁ।
୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ହେବ?
ବାବା ଭେଙ୍ଗାଙ୍କ ନାଁରେ ଭାଇରାଲ୍ ହେଉଥିବା ସବୁଠାରୁ ବଡ଼ ଦାବି ମଧ୍ୟରୁ ଗୋଟିଏ ହେଉଛି-୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ। ରୁଷିଆ ଓ ପଶ୍ଚିମୀ ଦେଶ ମଧ୍ୟରେ ତିକ୍ତତା, ଚୀନ୍-ତାଇୱାନ୍ ପ୍ରସଙ୍ଗ ଏବଂ ମିଡିଲ୍ ଇଷ୍ଟର ସଂଘର୍ଷ ଭଳି ଘଟଣାକୁ ଏହି କଥିତ ଭବିଷ୍ୟବାଣୀ ସହ ଯୋଡ଼ାଯାଉଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ କିମ୍ବା ଭୂ-ରାଜନୈତିକ ତିକ୍ତତାକୁ ଏକ ଦଶନ୍ଧି ପୁରୁଣା କଥିତ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହାଯାଇପାରିବ ନାହିଁ। ଏହି ଦାବି ପାଇଁ ମଧ୍ୟ କୌଣସି ପ୍ରମାଣିତ ମୂଳ ସ୍ରୋତ ମିଳିନାହିଁ।
ନଭେମ୍ବରରେ ପୃଥିବିକୁ ଏଲିଏନ୍ ଆସିବେ?
ଏହା ହେଉଛି ବାବା ଭେଙ୍ଗାଙ୍କ ନାଁରେ ଭାଇରାଲ୍ ହେଉଥିବା ଆଉ ଏକ ଚମକପ୍ରଦ ଦାବି। କୁହାଯାଉଛି, ୨୦୨୬ ନଭେମ୍ବରରେ ପୃଥିବୀ ନିକଟକୁ ଏକ ବିଶାଳ ମହାକାଶଯାନ ଆସିପାରେ ଏବଂ ଏହାକୁ ଏଲିଏନ୍ଙ୍କ ସହ ଯୋଡ଼ାଯାଉଛି। କିନ୍ତୁ ଏହି ଦାବିର ମଧ୍ୟ କୌଣସି ପ୍ରମାଣିତ ଅଡିଓ, ଭିଡିଓ କିମ୍ବା ଲିଖିତ ରେକର୍ଡ ମିଳିନାହିଁ। ବାବା ଭେଙ୍ଗା ଏଭଳି ନିର୍ଦ୍ଦିଷ୍ଟ ଭାବେ କହିଥିଲେ ବୋଲି ପ୍ରମାଣ ନାହିଁ। ଆଉ ମହାକାଶରେ କୌଣସି ଅଜଣା ବସ୍ତୁ ଦେଖାଗଲେ ତାହାକୁ ସିଧାସଳଖ ଏଲିଏନ୍ ସ୍ପେସ୍କ୍ରାଫ୍ଟ କହିଦେବା ମଧ୍ୟ ବୈଜ୍ଞାନିକ ଭାବେ ଠିକ୍ ନୁହେଁ।
AI ମଣିଷ ପାଇଁ ବିପଦ ହେବ?
AIକୁ ନେଇ ମଧ୍ୟ ବାବା ଭେଙ୍ଗାଙ୍କ ନାଁରେ ଦାବି ଭାଇରାଲ୍ ହେଉଛି। କୁହାଯାଉଛି, ୨୦୨୬ରେ AI ଏତେ ଶକ୍ତିଶାଳୀ ହୋଇପାରେ ଯେ ମଣିଷ ପାଇଁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ। AI ନେଇ ଚାକିରି, ଭୁଲ ତଥ୍ୟ, ସାଇବର ସୁରକ୍ଷା ଓ ମାନବ ନିୟନ୍ତ୍ରଣ ଭଳି ବାସ୍ତବ ପ୍ରଶ୍ନ ନିଶ୍ଚିତ ଭାବେ ରହିଛି। କିନ୍ତୁ AIର ବିକାଶକୁ ବାବା ଭେଙ୍ଗାଙ୍କ କଥିତ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହିବା ପାଇଁ କୌଣସି ଆଧାର ନାହିଁ।
ଆର୍ôଥକ ସଙ୍କଟ ଓ ସୁନା ଦର ବୃଦ୍ଧିର ଦାବି...
୨୦୨୬ରେ ବିଶ୍ୱ ଏକ ବଡ଼ ଆର୍ôଥକ ସଙ୍କଟ ଦେଖିପାରେ ବୋଲି ମଧ୍ୟ ବାବା ଭେଙ୍ଗାଙ୍କ ନାଁରେ ଦାବି ଚାଲିଛି। ବ୍ୟାଙ୍କିଂ ସିଷ୍ଟମ୍ ଉପରେ ଚାପ, ମୁଦ୍ରାର ଦୁର୍ବଳତା ଓ ବଜାରରେ ଅସ୍ଥିରତା ଭଳି କଥା ଏହି ଦାବିରେ ରହିଛି। କିନ୍ତୁ ଅର୍ଥନୀତି ଅନେକ କାରଣରେ ପ୍ରଭାବିତ ହୁଏ- ସୁଧହାର, ମୁଦ୍ରାସ୍ଫୀତି, ଯୁଦ୍ଧ, ଚାହିଦା, ନିବେଶ ଓ ସରକାରୀ ନୀତି ଏହାର ମୁଖ୍ୟ ଅଂଶ। ତେଣୁ ବଜାରର ପରିବର୍ତ୍ତନକୁ ସିଧାସଳଖ ବାବା ଭେଙ୍ଗାଙ୍କ ନାଁରେ ଯୋଡ଼ିବାର ଆଧାର ନାହିଁ।
ପୁଟିନ୍ଙ୍କ କ୍ଷମତା ଯିବ?
ଆଉ ଏକ ଦାବି ହେଉଛି, ୨୦୨୬ ଶେଷ ସୁଦ୍ଧା ରୁଷିଆରେ ବଡ଼ ରାଜନୈତିକ ପରିବର୍ତ୍ତନ ହୋଇପାରେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସ୍ଥାନରେ ନୂଆ ନେତା ଆସିପାରନ୍ତି। କିନ୍ତୁ ଏହି ଦାବିର ମଧ୍ୟ କୌଣସି ବିଶ୍ୱସନୀୟ ପ୍ରାଥମିକ ସ୍ରୋତ ନାହିଁ। ରୁଷିଆର ରାଜନୈତିକ ପରିସ୍ଥିତି ନେଇ ବିଭିନ୍ନ ଆଲୋଚନା ଥାଇପାରେ, କିନ୍ତୁ ତାହାକୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ପ୍ରମାଣ କୁହାଯାଇପାରିବ ନାହିଁ।