ଗଭୀର ଶୋକ ସହିତ ଜଣାଯାଉଛି ଯେ, ବାମରା ଷ୍ଟେସନ ବସ୍ତିର ସୁପରିଚିତ ଓ ସମସ୍ତଙ୍କ ପ୍ରିୟ ବ୍ୟକ୍ତି ପୂର୍ବତନ ସରପଂଚ ଶ୍ରୀ ଭବାନୀ ଶଙ୍କର ନାଏକ (କାମ ବାବୁ) ଆଜି ରାତ୍ରି ପ୍ରାୟ ୮ଟା ସମୟରେ ପରଲୋକ ଗମନ କରିଛନ୍ତି।
ତାଙ୍କ ବିୟୋଗରେ ବାମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ନାଏକଙ୍କ ସରଳ, ମିଷ୍ଟଭାଷୀ ଓ ମିଳନସାର ବ୍ୟକ୍ତିତ୍ୱ ସଦା ସର୍ବଦା ସମସ୍ତଙ୍କ ସ୍ମୃତିରେ ଅମ୍ଳାନ ରହିବ।
ଭଗବାନ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା, ତାଙ୍କ ଅମର ଆତ୍ମାର ସଦଗତି ହେଉ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ।
ଓଁ ଶାନ୍ତି। 🙏🏻🕉️