
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ, ରାଜ୍ୟରେ ଘଡଘଡି ପବନ ସହ ପ୍ରବଳ ବର୍ଷା ...
#heavyrain #bnsnews #SRC
ଆସୁଛି ବଡ଼ ବର୍ଷା।ରାଜ୍ୟରେ ପ୍ରବଳ କାଚିବ ବର୍ଷା। ଯାହାକୁ ନେଇ ଏବେଠୁ ଭୟ ସୃଷ୍ଟି ହେଲାଣି। ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଛାଡ଼ି ଚାଲିଯାଇଥିବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଛି। ଏହାପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ୯ରୁ ବଢ଼ିବ ବର୍ଷା, ୧୦-୧୨ରେ ପ୍ରବଳ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ଚଳିତ ସେପ୍ଟେମ୍ବର ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।''
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ପ୍ରଥମ ଲଘୁଚାପ ୧୦–୧୧ ସେପ୍ଟେମ୍ବର ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସୃଷ୍ଟି ହୋଇପାରେ।ଏହା ଅଧିକ ଶକ୍ତିଶାଳୀ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ପରେ ସିଷ୍ଟମ୍ଟି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ ସେପ୍ଟେମ୍ବରରୁ ଓଡ଼ିଶାରେ ବର୍ଷା ବଢ଼ିପାରେ।'' ୧୦ରୁ ୧୨ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ପରେ ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ବ୍ୟାପିପାରେ। ୧୩-୧୪ ସେପ୍ଟେମ୍ବରରୁ ଲଘୁଚାପ ସ୍ଥଳଭାଗ ଆଡ଼କୁ ଗତି କରିବା ପରେ ଓଡ଼ିଶାରେ ବର୍ଷା କମିବାର ସମ୍ଭାବନା ରହିଛି। ସେହିପରି, ୧୭ରୁ ୨୦ ସେପ୍ଟେମ୍ବର ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାଥମିକ ସଙ୍କେତ ମିଳୁଛି। ଏହାର ପ୍ରଭାବରେ ୧୯-୨୧ ସେପ୍ଟେମ୍ବର ବେଳକୁ ଓଡ଼ିଶାରେ ପୁଣି ବର୍ଷା ବଢ଼ିପାରେ। ତେବେ ଦ୍ୱିତୀୟ ସିଷ୍ଟମ୍ର ଗତିପଥ, ଶକ୍ତି ଓ ବର୍ଷାର ପରିମାଣ ନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ଆଗୁଆ ହେବ ବୋଲି କୁହାଯାଇଛି।