
ଜୟପୁରରେ ଏକ ପରିବାରର ୪ ଜଣଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର ...
#exclusivenews #jaypurnew #swabhimaniodia
ଜୟପୁର -: ରାଜସ୍ଥାନର ଜୟପୁରରେ ଏକ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଗୋବିନ୍ଦ ବାଟିକା ଅଞ୍ଚଳରେ ୪୦ ବର୍ଷୀୟା ଗୀତା ଝା ଏବଂ ତାଙ୍କ ୩ ଝିଅ ନନ୍ଦିନୀ, ରାଧିକା ଓ ଗୌରୀଙ୍କୁ ଏକ ବଡ଼ ଇଟା ଆକୃତିର ଭାରୀ ସିମେଣ୍ଟ ବ୍ଲକ୍ରେ ମୁଣ୍ଡରେଆଘାତ କରି ହତ୍ୟା କରାଯାଇଛି। ତିନି ଝିଅଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ବୋଲି ପୁଲିସ କହିଛି। ଘଟଣାରେ ଗୀତାଙ୍କ ସ୍ୱାମୀ ତଥା ୩ ଝିଅଙ୍କ ବାପା ରାହୁଲ ଝାଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଘଟଣା ପରଠାରୁ ରାହୁଲ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ଥିବା ପୁଲିସ କହିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ହତ୍ୟାର କାରଣ ବୋଲି ପୁଲିସ ଅନୁମାନ କରୁଛି। ମୃତକମାନଙ୍କୁ ଘରର ଭିନ୍ନ ଭିନ୍ନ କୋଠରିରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମୁଣ୍ଡ ଓ ମୁହଁରେ ଆଘାତର ଚିହ୍ନ ରହିଛି। ରାତିରେ ସେମାନେ ଶୋଇଥିବାବେଳେ ଆକ୍ରମଣ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେପହଞ୍ଚିଥିଲା। ପରେ ଫରେନ୍ସିକ୍ ଟିମ୍ ମଧ୍ୟ ତଦନ୍ତ କରିଥିଲା। ଘରୁ ହତ୍ୟାରେ ବ୍ୟବହୃତ ହୋଇଥିବା ସିମେଣ୍ଟ ଖଣ୍ଡଟି ଜବତ କରାଯାଇଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରହିଛି।