ସୁନ୍ଦରଗଡ଼ରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ସରକାରୀ ଯୋଜନା ଓ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ବୈଠକରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ, ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ, ଜମି ଅଧିଗ୍ରହଣ, ବର୍ଷାଜନିତ କ୍ଷୟକ୍ଷତି ଓ ଜରୁରୀକାଳୀନ ରିଲିଫ୍ ନେଇ ଆଲୋଚନା ହୋଇଥିଲା।
ଏହାସହ ସ୍ୱାସ୍ଥ୍ୟ, ଶିକ୍ଷା, ଅଙ୍ଗନୱାଡ଼ି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅବସରରେ ଟାଙ୍ଗରପାଲି ଓ ଲେଫ୍ରିପଡ଼ା ବ୍ଲକର ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଥିଲା।
ସେହିପରି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ମନ୍ତ୍ରୀ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ।
#Sundargarh #SundargarhNews #SureshPujari #RevenueMinister #Odisha #SundargarhDistrict #BasundharaYojana #RevenueDepartment #DisasterManagement #SwachhataHiSeva #OdishaNews #SundargarhUpdatesLive