
ଚାଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ କିନ୍ତୁ ଏହା ପଛର କାରଣଟି ଯାହା ସାମ୍ନାକୁ ଆସୁଛି ତାହା କିନ୍ତୁ ଅବ୍ୟକ୍ତ !
ବ୍ୟୁଟିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଟିମର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି ଏହି ଘଟଣାରେ ପାହାଳ ଥାନାର ଜନୈକ ଏଏସଆଇଙ୍କ ଲିଙ୍କ୍ ଆସିବା ଯୋଗୁଁ ତାଙ୍କୁ ଅଟକ ରଖି ପଚରା ଉଚରା କରାଯିବା ସହ ତାଙ୍କ ମୋବାଇଲ୍ ଫୋନ୍ ଓ କଲ୍ ଡିଟେଲ୍ସ ଯାଞ୍ଚ ଚାଲିଛି ! ଅନ୍ୟପଟେ ବ୍ୟୁଟିଙ୍କର କିଛି ବର୍ଷ ପୂର୍ବ ଜଣେ ଅଧସ୍ତନ ପୋଲିସ କର୍ମଚାରୀଙ୍କ ସହ ସୁସମ୍ପର୍କ ଥିବା କାରଣରୁ ଜଗତପୁର ଅଞ୍ଚଳରେ ଗୋଟେ ଜମି କିଣିବା ପାଇଁ ତାଙ୍କୁ ୧୬ ଲକ୍ଷ ଟଙ୍କା କୁଆଡ଼େ ଦେଇଥିଲେ । କିନ୍ତୁ ସେ ଉକ୍ତ ଟଙ୍କାରେ ସେହି ଜମିଟିକୁ ନିଜ ନାମରେ ହିଁ କିଣି ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟୁଟି ଯେତେବେଳେ ଉକ୍ତ ଜମିକୁ ତାଙ୍କ ନାମରେ ଟ୍ରାନ୍ସଫର୍ କରିବା ଅଥବା ସମସ୍ତ ଟଙ୍କା ଫେରସ୍ତ ପାଇଁ କହିଲେ ବି ଉକ୍ତ କର୍ମଚାରୀ ଜଣକ କୁଆଡ଼େ ଟଙ୍କା ଫେରସ୍ତ କିମ୍ବା ଜମି ଟ୍ରାନ୍ସଫର୍ କରୁ ନଥିଲେ ! ବ୍ୟୁଟିଙ୍କ ସ୍ୱାମୀ ବାହାର ରାଜ୍ୟରେ ଚାକିରୀ କରୁଛନ୍ତି ! ଉକ୍ତ କର୍ମଚାରୀଙ୍କ ସହିତ ବ୍ୟୁଟି କୁଆଡ଼େ ନିୟମିତ ଲମ୍ବା ସମୟ ଧରି ଫୋନ୍ ଯୋଗେ କଥା ହେଉଥିବାର ପ୍ରମାଣ ରହିଛି ! ତେବେ ଉଭୟ ଏହି ଟଙ୍କା ଓ ଜମି ସମ୍ପର୍କରେ ନିୟମିତ ଫୋନରେ କଥା ହେଉଥିଲେ ନାଁ ନିୟମିତ ଫୋନ୍ କଥାବାର୍ତ୍ତା ହେବା ଭିତରେ ଅନ୍ୟ କିଛି କାରଣ ରହିଥିଲା ତାହା ହୁଏତ ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ! ଏହି ବ୍ୟକ୍ତି ନିଜ ବିଭାଗର ହୋଇଥିବାରୁ ବ୍ୟୁଟି ଏସମ୍ପର୍କରେ କାହାକୁ ବି କିଛି କହି ପାରୁ ନଥିଲେ ଫଳରେ ନିଜେ କୁଆଡେ ସବୁବେଳେ ମାନସିକ ଭାବେ ଚିନ୍ତିତ ରହୁଥିଲେ ! ଏତେସବୁ କାଣ୍ଡ କରିଥିବା ସେହି କର୍ମଚାରୀ ଜଣକ ଏବେ ତଦନ୍ତକାରୀ ଟିମ୍ ଦ୍ୱାରା ଅଟକ ଥିବା ପାହାଳ ଥାନାର ଉକ୍ତ ଏଏସଆଇ ନୁହନ୍ତି ତ ? ତେବେ ପୋଲିସ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ରହି ଆସିଥିବା ଭିତିରି ଗୁମରକୁ ତଦନ୍ତକାରୀ ଟିମ୍ ଲୋକଲୋଚନକୁ ଯେ ଆଣିବ ଏଥିରେ କାହିଁ ସନ୍ଦେହ ରହିଛି ! ତେବେ ମୃତ୍ୟୁ ପଛରେ କାରଣ ଯାହାବି ବି ଥାଉନା କାହିଁକି ତାଙ୍କ ଦଶ ବର୍ଷର ପୁଅଟି ତ ମା' ଛେଉଣ୍ଡ ହୋଇଗଲା !
#ChauliaganjPS
#InspectorBeautyMohanty
#dinaratitv #TheCommonTimes