ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡ ଛକରେ ଲୁଟ୍ - ୩ ଗିରଫ, ନାବାଳକ ଅଟକ
ଅପରାହ୍ନ ୨ ଟା ସମୟରେ ଅଭିଯୋଗକାରୀଙ୍କ ସାନ ଭାଇ ବିରବଲ ପାଣ ବ୍ରଜରାଜନଗର ବଜାରରୁ ଘରକୁ ଫେରୁଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ଛକ ନିକଟରେ ୪ ଜଣ ତାଙ୍କୁ ଅଟକାଇ ମୋବାଇଲ ଫୋନ ଓ ଟଙ୍କା ମାଗିଥିଲେ। ସେ ବିରୋଧ କରିବାରୁ ଷ୍ଟିଲ କଡାରେ ଆକ୍ରମଣ କରି ମୁଣ୍ଡରେ ରକ୍ତାକ୍ତ ଆଘାତ କରିଥିଲେ। ସେ ତଳେ ପଡିଯିବା ପରେ ମଧ୍ୟ ଆକ୍ରମଣ ଜାରି ରଖି ତାଙ୍କ ମୋବାଇଲ ଫୋନ ଓ ୮ ହଜାର ଟଙ୍କା ଜୋର ଜବରଦସ୍ତ ଛଡାଇ ନେଇଥିଲେ। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।