ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣକାରୀ ଙ୍କୁ ଗଡ଼େଇ ଗଡ଼େଇ ଧରିଛି ପୋଲିସ। ତେଲେଙ୍ଗାନା ନମ୍ବର ବିଶିଷ୍ଟ ଏକ ଅଟୋ ର ଇଞ୍ଜିନ ଭିତରେ ୨୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ନେଇ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ। ଏମଭି ୯୦ ନମ୍ବର ଗ୍ରାମ ନିକଟରୁ ଅଟୋ ସହିତ ୨୨ କିଲୋ ଗଞ୍ଜେଇ, ୨ଟି ମୋବାଇଲ ଫୋନ୍ ଏବଂ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଚନ୍ଦ୍ର ଶାଲବମ୍ ଏବଂ ରାମ ମୂର୍ତ୍ତି ଶାଲବମ୍ ଉଭୟଙ୍କ ଘର ମୋଟୁ ଥାନା ଅନ୍ତର୍ଗତ ମେଟାଗୁଡ଼ା ଗ୍ରାମ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି କାଲିମେଳା ଥାନାଧିକାରୀ ପ୍ରଭୂଦତ୍ତ ବିଶାଳ ସୂଚନା ଦେଇଛନ୍ତି।
#kalimelapolice #kalimela #ganjeiseize
#malkangiri #Odisha #newodishatv