
କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଦାୟିତ୍ବ ଦେବ ଦଳ । ସେ କେବଳ ବିଜେପିରେ ଜଣେ ବରିଷ୍ଠ ନେତା ନୁହଁନ୍ତି ଦଳର ସଂଗଠନ ଏବଂ ସରକାରରେ ତାଙ୍କ ଗୁରୁତ୍ବ କଣ ତାହା ସମସ୍ତେ ଅବଗତ । ତେଣୁ ଆଗକୁ ଦଳ ଧର୍ମେନ୍ଦ୍ରଙ୍କ ଭଳି ଜଣେ ଦକ୍ଷ ସଂଗଠକ ଏବଂ ଧୂରୀଣ ରାଜନେତାଙ୍କୁ କେଉଁ ଦାୟିତ୍ବରେ ରଖିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ଧର୍ମେନ୍ଦ୍ର ଇସ୍ତଫା ଦେବା ପୂର୍ବରୁ ଆଗକୁ ଯେପରି ପେପର ଲିକ୍ ନହେବ ସେଦିଗରେ ଅନେକ ପଦକ୍ଷେପ ନେଇଛନ୍ତି । ବ୍ୟବସ୍ଥାକୁ ସ୍ବଛ , ଉତ୍ତରଦାୟୀ ଏବଂ କଡାକଡି କରିବାକୁ ଏସଂପର୍କିତ ଏକ ଆଇନ ଆଣିବାକୁ ଯାଉଛନ୍ତି ସରକାର ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ତ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଇସ୍ତଫା ଦେବା ପୂର୍ବରୁ ସରକାର ନେଇଥିଲେ ବଡ ପଦକ୍ଷେପ । କକ୍ରୋଚ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟାକୁ ଆଖିରେ ରଖି ନିଟ୍ ପରୀକ୍ଷାରେ ସଂସ୍କାର ଠାରୁ ଆରମ୍ଭକରି ଆଇନ କଡାକଡି କରିବାକୁ କ୍ୟାବିନେଟ ବୈଠକରେ ପ୍ରସ୍ତାବ ପାରିତ କରିଥିଲେ । ନିଟ୍ ପେପର ଲିକ୍ ଯେଭଳି ଆଗକୁ ନହେବ ସେଥିପାଇଁ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିର ୪୭ ଜଣ ଷ୍ଟାଫଙ୍କୁ ବିଦାକରାଯାଇଥିଲା । ଏହାପରେ କେନ୍ଦ୍ର ଶିକ୍ଷା ସଚିବଙ୍କୁ ବଦଳି କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆକୁ ଆସି ସରକାରଙ୍କ ପ୍ରତିବଦ୍ଧତା ଦେଖାଇଥିଲେ । ଏହାସହ ପେପଲ ଲିକରେ ସଂସ୍ଲିଷ୍ଟ ମାଫିଆଙ୍କୁ ସାବାଡ କରିବାକୁ କଡା ଆଇନ ଆଣିବେ ବୋଲି କହିଥିଲେ । ଏବେ ଯେଉଁମାନେ ପେପଲ ଲିକ୍ ରେ ଧରାପଡିବେ ସେମାନଙ୍କୁ ୧୦ ବର୍ଷ ଯାଏ ଜେଲ୍ ଏବଂ ୧୦ କୋଟି ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ । ଏସଂପର୍କିତ ଏକ ପ୍ରସ୍ତାବ କ୍ୟାବିନେଟରେ ପାସ କରାଯାଇଥିଲା । ଆଉ ଆସନ୍ତା ସୋମବାର ଦିନ ସରକାର ଏସଂପର୍କିତ ବିଲ୍ ସଂସଦରେ ଆଗତକରିବାକୁ ଯାଉଛନ୍ତି। ଏହାପରେ ବି ଜନ୍ତରମନ୍ତରରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ମାନେ ଜିଦ୍ ରୁ ହଟି ନଥିଲେ । ଦେଶରେ ଯେମିତି ଅରାଜକତା ନବଢିବ ଏବଂ ଦେଶ ବିରୋଧି ତତ୍ବ ଯେମିତି ଏଥିରୁ ଫାଇଦା ନନେବେ ସେଥିପାଇଁ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ।
ତେବେ ପ୍ରଶ୍ନ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ କଣ ରହିବ ଦାୟିତ୍ବ । ସେ କେବଳ ସାଂସଦ ରହିବେ ନା ଦଳ ତାଙ୍କୁ ଆଉ କିଛି ଦାୟିତ୍ବ ଦେବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଭାରତୀୟ ଜନତା ପାର୍ଟିରେ ଧର୍ମେନ୍ଦ୍ର ଜଣେ ଆଗଧାଡିର ନେତା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠାରୁ ଲଗାତର ସେ ଗୁରୁତ୍ବପୂର୍ଣ ପଦବୀରେ ମନ୍ତ୍ରୀ ରହିଆସିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜଳା ଯୋଜନାକୁ ସଫଳତାର ସହ ଲାଗୁ କରିବାଠାରୁ ଶିକ୍ଷାମନ୍ତ୍ରୀ ଭାବେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ଯାଏ ନିଜର ଦକ୍ଷତା ପ୍ରଦର୍ସନ କରିଛନ୍ତି । କେବଳ ଏତିକି ନୁହେଁ ଦଳୀୟ ସଂଗଠନରେ ବି ଧର୍ମେନ୍ଦ୍ରଙ୍କ ଗୁରୁତ୍ବ ବହୁତ ଅଛି। ସେ ବିହାର,