#୨୨ଲକ୍ଷରୁ_ଅଧିକ_ଟଙ୍କାର_ବ୍ରାଉନସୁଗାର_ଜବତ_୨_ମହିଳା_ଗିରଫ
ରାଜ୍ୟରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବସ୍ତା, ବାଲିଆପାଳ, ସଦର 2 ଅବକାରୀ ବିଭାଗ ଏବଂ ମୋବାଇଲ ସ୍କ୍ୱାର୍ଡର ଏକ ସ୍ୱତନ୍ତ୍ର ଟିମ୍ ମିଳିତ ଭାବେ ସିଂଲା ଥାନା ଅନ୍ତର୍ଗତ ଗତୁଡିହା ଗ୍ରାମର ଏକ ଘରେ ଅଚାନକ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ୨୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ୨୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ଣ୍ଣିମା ଜେନା (୫୬) ଏବଂ ପୁଷ୍ପଲତା ଜେନା (୨୬) ନାମକ ଦୁଇ ଜଣ ମହିଳାଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନେ ଦୀର୍ଘ ଦିନ ହେଲା ଏହି ଅସାଧୁ କାର୍ଯ୍ୟ ଚଳାଇ ଆସୁଥିଲେ ବୋଲି ଜଣାପଡ଼ିଛି।ଏହି ସଫଳ ଅଭିଯାନରେ ଡିଏସଇ ସ୍ୱପ୍ନାରାଣୀ ସାହୁ, ଅବକାରୀ ନିରୀକ୍ଷକ ଅଭିରାମ ସାହୁ, ଓଆଇସି ଜଗନ୍ନାଥ ଭିତିରିଆ, ଚନ୍ଦନ ନାୟକ, ସୁନୀଲ ମାଝୀ, ଏସଆଇ ଅଲିଭା ମାଝୀ, ଏଏସଆଇ ଦିଲ୍ଲୀପ କୁମାର ଟୁଡୁ, ଲମ୍ବୋଦର ମହାପାତ୍ର, ରବି ନାରାୟଣ ରଣା ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଏହି ଚଢ଼ାଉକୁ ସଫଳ କରିଥିଲେ।