ଜୟପୁର R&B ଦ୍ଵାରା ଲକ୍ଷ୍ମୀ ପଣ୍ଡା ଛକ ଠାରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ୪ ଥାକିଆ ୨.୨ କିମି ରାସ୍ତା ଯାହାର ଅଟକଳ ମୂଲ୍ୟ ୧୩ କୋଟି ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରହିଛି। ଏହି ରାସ୍ତା କାମ ନିର୍ମାଣରେ ଠିକା ସଂସ୍ଥା ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ମଧୁ ଚନ୍ଦ୍ରିକା ଫସର ଫାଟିଗଲା। ଜନସାଧାରଣଙ୍କ କହିବା ଅନୁସାରେ ରାସ୍ତା କାମରେ କାହାର କେତେ ଭାଗ ରହିଛି, ତାହାକୁ ସରକାର ଦୃଷ୍ଟି ଦେବାର ଆବଶ୍ୟକ ରହିଛି । ଯଦି ସାମାନ୍ୟ ବର୍ଷା ରେ ରାସ୍ତା ର ଅବସ୍ଥା ସଙ୍କଟାପନ୍ନ । ପୁଣି ଆଗକୁ ବର୍ଷା ପ୍ରବଳ ହେବାର ସୂଚନା ରହିଛି। ଯଦି ଏହି ରାସ୍ତା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାନଯିବ ତେବେ ବର୍ଷା ଋତୁ ଶେଷରେ ରାସ୍ତା ମଧ୍ୟ ଧୋଇ ଯିବାର ସମ୍ଭାବନାକୁ ଏଡାଇ ଦିଆନଯିବ। ଏଥି ପାଇଁ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ ହୋଇଛି।