କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା
କୋରାପୁଟ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ହେଲେ ଜୟପୂର ର ସନ୍ତୋଷ ନାୟକ,
ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍)ର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ଅନୁମୋଦନ ଏବଂ କୋରାପୁଟ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲିଙ୍କ ସମ୍ମତିକ୍ରମେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ନୂତନ ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।ପ୍ରକାଶିତ ତାଲିକା ଅନୁଯାୟୀ ଆଦିତ୍ୟ ହନ୍ତାଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ପାଇଥିବା ବେଳେ, ଉପସଭାପତି ଭାବେ ସନ୍ତୋଷ ନାୟକ, ସୌମ୍ୟ ରଞ୍ଜନ ମାଛା, ଅମରେନ୍ଦ୍ର ଦାଶ ଓ ଉପେନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଛି।ସେହିପରି ସାଧାରଣ ସମ୍ପାଦକ ଭାବେ ଦେବ ଖରା ଓ ମାନସ ରଥଙ୍କୁ ନିଯୁକ୍ତ କରାଯାଇଛି। ସମ୍ପାଦକ ଭାବେ ଇଶ୍ୱର ଚନ୍ଦ୍ର ଦର୍ଲି, ମହେନ୍ଦ୍ର କୁମାର ପଣ୍ଡା ଓ ଆକାଶ ଗୁଜୁରାଲଙ୍କୁ ଦାୟିତ୍ୱ ମିଳିଛି। ଏହାଛଡ଼ା କୋଷାଧ୍ୟକ୍ଷ ଭାବେ କିରଣ ମହାନ୍ତି, ସହ-କୋଷାଧ୍ୟକ୍ଷ ଭାବେ ଶିବ ଖିଲ୍ଲୋ ଏବଂ ଆଇଟି ସେଲ୍ ଓ ସୋସିଆଲ ମିଡିଆ ସଂଯୋଜକ ଭାବେ ମହେଶ୍ୱର ପ୍ରଧାନୀଙ୍କୁ ମନୋନୀତ କରାଯାଇଛି। ନୂତନ କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ଯୁବ ନେତୃତ୍ୱଙ୍କୁ ସାମିଲ କରାଯାଇଥିବାରୁ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ମହଳରେ ଆଶା ପ୍ରକାଶ ପାଇଛି।