
ଧୋକ୍କା ଦେଲା ଚୀନୀ ମାଲ୍; ଗୁଳିଚାଳନା ଅଭ୍ୟାସ ସମୟରେ ୨ ଜଣ ସୈନିକଙ୍କ ମୃତ୍ୟୁ ...
#bangladesh #warnews #chainatanker #swabhimaniodia
ପୁଣି ଥରେ ଗୁଣବତ୍ତାକୁ ନେଇ ବିବାଦ ଘେରକୁ ଆସିଯାଇଛି ଚୀନୀ ଉତ୍ପାଦ। ସଦ୍ୟ ବାଂଲାଦେଶରେ ଦେଖିବାକୁ ମିଳିଛି ଏହାର ଉଦହାରଣ। ବୁଧବାର (ସେପ୍ଟମ୍ବର ୯) ବାଂଲାଦେଶୀ ସେନା ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ଫାୟାରିଂ ଅଭ୍ୟାସ ସମୟରେ ୨ ସୈନିକଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ବାଂଲାଦେଶର ଚିଟାଗଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ହାଟହଜାରି ଫିଲ୍ଡ ଫାୟାରିଂ ରେଞ୍ଜ (Field Firing Range) ଠାରେ ଚୀନ ନିର୍ମିତ ୫୯ ନାମକ ଟ୍ୟାଙ୍କ (Chinese Tank 59) ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାରେ ଜଣେ ବାଂଲାଦେଶୀ ସାମରିକ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଅଧିକାରୀଙ୍କୁ ଢାକା ସ୍ଥିତ କମ୍ବାଇଣ୍ଡ୍ ମିଲିଟାରୀ ହସ୍ପିଟାଲ (Combined Military Hospital Bangladesh) ଠାରେ ଚିକିତ୍ସା କରାଯାଉଛି। ବାଂଲାଦେଶ କହିବା ସେନା ଅନୁଯାୟୀ, ଟ୍ୟାଙ୍କ ଗୁଳିମାଡ଼ ରେଞ୍ଜ ଠାରେ ଗୁଳିମାଡ଼ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପଛରେ କ'ଣ କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ହେଲେ ତଥାପି ଚୀନ୍ ନିର୍ମିତ ଟ୍ୟାଙ୍କ ୫୯ ସହିତ ପୂର୍ବରୁ ବହୁ ଦୁର୍ଘଟଣା ଘଟିସାରିଛି। ଗତ ୨୦୨୪ ରେ ଏକ ଯୁଦ୍ଧାଭ୍ୟାସ ସମୟରେ ସମାନ ଘଟଣା ଘଟିଥିଲା।
--- କାହିଁକି ଏବଂ କିପରି ଘଟିଲା ଏହି ଦୁର୍ଘଟଣା ତାହା ମଧ୍ୟ ଜଣାପଡ଼ିନାହିଁ ----
ଏହି ଘଟଣା ଏକ ମିଲିଟାରୀ ଫାୟାରିଂ ଏକ୍ସରସାଇଜ୍ (Military Firing Exercises) ଚାଲିଥିବା ସମୟରେ ଘଟିଥିଲା। ଯେତେବେଳେ ଟ୍ୟାଙ୍କ କ୍ରୁ କଣ୍ଟ୍ରୋଲଡ୍ ଟ୍ରେନିଂ କଣ୍ଡିସନ୍ (Tank Crew Controlled Training Conditions) ସମୟରେ ସଶସ୍ତ୍ର ଯାନ ଏବଂ ଲାଇଭ୍ ଆମ୍ୟୁନିସନ୍ (Live Ammunition) ଚଳାଇଥାନ୍ତି। ଏହି ଘଟଣା ବାଂଲାଦେଶ ସେନା (Bangladesh Army) ସହିତ ଜଡି଼ତ ସବୁଠାରୁ ମାରାତ୍ମକ ତାଲିମ ଦୁର୍ଘଟଣା ମଧ୍ୟରୁ ଗୋଟିଏ ପାଲଟିଛି। ଫାାୟାରିଂ ସିକ୍ୱେନ୍ସ୍ ସମୟରେ କ'ଣ ଘଟିଥିଲା ଏବଂ ମୃତ୍ୟୁ ଏବଂ ଆହତ ହେବାର ପରିସ୍ଥିତି କିପରି ହୋଇଥିଲା ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି।