#ଘଟଗାଁ_ଅଞ୍ଚଳର_ହାଇ_ପ୍ରୋଫାଇଲ_ଠକେଇ_ଗ୍ୟାଙ୍ଗ_ଭୁବନେଶ୍ୱରରେଗିରଫ
ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଚନ୍ଦକା ଥାନା ପୋଲିସ। ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇଜଣ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଘଟଗାଁ ବ୍ଲକ ଆମ୍ଭୁଆପଡା ଗ୍ରାମର ସୁବାଷ ମହାନ୍ତ ଓ ପୋଇପାଣି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କୁ ପୋଲିସ ଗିରଫ କରିଛି। ଦୀର୍ଘଦିନ ଧରି ବିଭିନ୍ନ ପ୍ରଲୋଭନ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ବିପୁଳ ପରିମାଣର ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ରହିଛି।
ଏହି ଗିରଫଦାରୀ ପରେ ଘଟଗାଁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ମାମଲାର ଅଧିକ ତଦନ୍ତ ଜାରି ରହିଛି।
#latastnewsupdate #Breakingnews #pabitranewsodisha