ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜ୍ୟରେ ବସିବ ନୂଆ ୩ ଡପଲାର ରାଡାର୍, ଲୋକସେବା ଭଵନରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପ୍ରତିକ୍ରିୟା
ରାଜ୍ୟରେ ବସିବ ନୂଆ ୩ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ରାଡ଼ାର୍। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୂତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର୍ କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର୍ ଲାଗିବ। ବର୍ତ୍ତମାନ ୭୩ ଟି ରାଡ଼ାର କାମ କରୁଥିବାବେଳେ ନୂଆ ୫୩ ଟି ରାଡ଼ାର ଲାଗିବ। ସେପଟେ ଅଦିନିଆ ବର୍ଷା କୁ ନେଇ ସତର୍କ କଲେ ଆଇ ଏମ ଡି ଡ଼ିଜି। ଆସନ୍ତାକାଲି ଠୁ ରାଜ୍ୟରେ ପୁଣି ହେବ ବର୍ଷା। ବଙ୍ଗୋପସାଗରରେ ଥିବା ଲଘୁଚାପ ଯୋଗୁଁ ବର୍ଷା ହେବ।