ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୧୪ ତମ ରୋଜଗାର ମେଳାରେ ୪୫୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟି ଆଇଏମଏମଟି ଠାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
14 ତମ ରୋଜଗାର ମେଳାରେ 450ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | ଭୁବନେଶ୍ୱର ଆଇଏମଏମଟି ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋଜଗାର ମେଳାର 14 ତମ ସଂସ୍କରଣ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ | ସିଆରପିଏଫ, ଉଚ୍ଚ ଶିକ୍ଷା, କନେଷ୍ଟବଳ ଭଳି ବିଭିନ୍ନ ବିଭାଗରେ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି | ଆଜି ଓଡିଶା ସହ ଦେଶରେ 45 ଟି ସ୍ଥାନରେ ରୋଜଗାର ମେଳା ମାଧ୍ୟମରେ 71 ହଜାର ନିଯୁକ୍ତି ପତ୍ର ଦିଆଯାଇଛି |