ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୩ଟି ସ୍ଥାନରେ ଲାଗିବ ଡପଲର ରାଡାର; ଭୁବନେଶ୍ୱର ପାଣିପାଗ କେନ୍ଦ୍ରରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ। ଭୁବନେଶ୍ବର, ବାଲେଶ୍ବର ଏବଂ ସମ୍ବଲପୁରରେ ଖୁବଶୀଘ୍ର ଡପଲର ରାଡାର ଲାଗିବ। ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହୋଇପାରିବ। ଅନ୍ୟପକ୍ଷରେ ଦେଶରେ ୭୩ଟି ରାଡାର ରହିଛି। ୨୦୨୬ ସୁଦ୍ଧା ଏହାକୁ ୧୨୬ରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।