ଆଜି ଅସନପାଟ ସ୍ଥିତ ହାଇଅର ସେକେଣ୍ଡାରୀ ସ୍କୁଲ ର ବାର୍ଷିକ ଉତ୍ସବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଚନ୍ତି।ଏହି ଅବସରରେ ରାତି ୮.୩୦ ରେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଛାତ୍ର ଛାତ୍ରୀ ମାନକୁ ପାଠ ପଢିବା ସହ ଖେଳ କୁଡ଼ରେ ରୁଚି ରଖିବା ପାଇଁ ପରାମର୍ଶ ଦେଇଥଲେ।ଯାହା ଫଳରେ ଶାରୀରିକ ବିକାଶ ସହ ମାନସିକ ବିକାଶ ହୋଇ ପାରିବ ବୋଲି କହିଥିଲେ।ଏହି କାର୍ଯକ୍ରମ କୁ ସ୍କୁଲ ର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ବୋଲି ସୂଚନା ମିଳିଚି l